Wildebeest analysis examples for:   ory-ory   ଠ    February 11, 2023 at 19:20    Script wb_pprint_html.py   by Ulf Hermjakob

16  GEN 1:16  ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ।
31  GEN 1:31  ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ ହେଲା। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।
37  GEN 2:6  ପୁଣି, ପୃଥିବୀରୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ସିଞ୍ଚିଲା।
39  GEN 2:8  ଆଉ ସଦାପ୍ରଭୁ ପରମେଶ୍ୱର ପୂର୍ବଦିଗସ୍ଥ ଏଦନ ନାମକ ସ୍ଥାନରେ ଏକ ଉଦ୍ୟାନ ପ୍ରସ୍ତୁତ କରି ସେଠାରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ।
43  GEN 2:12  ସେହି ଦେଶର ସୁବର୍ଣ୍ଣ ଉତ୍ତମ, ପୁଣି, ସେଠାରେ ମୁକ୍ତା ଓ ଗୋମେଦକ ମଣି ଜନ୍ମଇ।
53  GEN 2:22  ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କଠାରୁ ଯେଉଁ ପଞ୍ଜରା ଖଣ୍ଡିକ ନେଲେ, ତଦ୍ଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ।
54  GEN 2:23  ତହୁଁ ଆଦମ କହିଲେ, “ଏଥର ହେଲା; ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ; ଏହାର ନାମ ନାରୀ, ଯେହେତୁ ଏ ନରଠାରୁ ନୀତା ହୋଇଅଛି।”
55  GEN 2:24  ଏନିମନ୍ତେ ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ।
65  GEN 3:9  ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, “ତୁମ୍ଭେ କେଉଁଠାରେ ?”
70  GEN 3:14  ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, “ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ।
71  GEN 3:15  ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି, ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଶତ୍ରୁତା ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ।”
89  GEN 4:9  ଏଥିଉତ୍ତାରେ ସଦାପ୍ରଭୁ କୟିନଙ୍କୁ ପଚାରିଲେ, “ତୁମ୍ଭ ଭାଇ ହେବଲ କେଉଁଠାରେ ?” ସେ କହିଲେ, “ମୁଁ ଜାଣେ ନାହିଁ, ମୁଁ କ’ଣ ମୋ’ ଭାଇର ରକ୍ଷକ ?”
110  GEN 5:4  ଶେଥର ଜନ୍ମ ଉତ୍ତାରେ ଆଦମ ଆଠଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲେ।
113  GEN 5:7  ଈନୋଶର ଜନ୍ମ ଉତ୍ତାରେ ଶେଥ ଆଠଶହ ସାତ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା।
116  GEN 5:10  ପୁଣି, କୟିନାନର ଜନ୍ମ ଉତ୍ତାରେ ସେ ଆଠଶହ ପନ୍ଦର ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
119  GEN 5:13  ମହଲଲେଲ ଜନ୍ମିଲା ଉତ୍ତାରେ ସେ ଆଠଶହ ଚାଳିଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟାମାନଙ୍କୁ ଜାତ କଲା;
121  GEN 5:15  ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦକୁ ଜାତ କଲା;
122  GEN 5:16  ଯେରଦ ଜନ୍ମିଲା ଉତ୍ତାରେ ସେ ଆଠଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
123  GEN 5:17  ମହଲଲେଲର ବୟସ ସର୍ବସୁଦ୍ଧା ଆଠଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା।
124  GEN 5:18  ଯେରଦ ଶହେ ବାଷଠି ବର୍ଷ ବୟସରେ ହନୋକଙ୍କୁ ଜାତ କଲା;
125  GEN 5:19  ହନୋକଙ୍କର ଜନ୍ମ ଉତ୍ତାରେ ସେ ଆଠଶହ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟାମାନଙ୍କୁ ଜାତ କଲା;
126  GEN 5:20  ଯେରଦର ବୟସ ସର୍ବସୁଦ୍ଧା ନଅଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା।
127  GEN 5:21  ହନୋକ ପଞ୍ଚଷଠି ବର୍ଷ ବୟସରେ ମଥୂଶେଲହକୁ ଜାତ କଲେ;
129  GEN 5:23  ହନୋକଙ୍କର ବୟସ ସର୍ବସୁଦ୍ଧା ତିନିଶହ ପଞ୍ଚଷଠି ବର୍ଷ ଥିଲା;
141  GEN 6:3  ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭର ଆତ୍ମା ମନୁଷ୍ୟ ଉପରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, ଯେହେତୁ ସେମାନଙ୍କ ବିପଥ ଗମନରେ ସେମାନେ ମାଂସ ମାତ୍ର; ଏଥିନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।”
142  GEN 6:4  ସେହି ସମୟରେ ପୃଥିବୀରେ ମହା ବୀରଗଣ ଥିଲେ; ପୁଣି, ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।
152  GEN 6:14  ତୁମ୍ଭେ ଆପଣା ନିମନ୍ତେ ଦେବଦାରୁ ଜାତୀୟ ବୃକ୍ଷର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।
177  GEN 7:17  ଏଥିଉତ୍ତାରେ ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି, ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକୁ ଛାଡ଼ି ଭାସି ଉଠିଲା।
180  GEN 7:20  ତହିଁ ଉପରେ ପନ୍ଦର କିଉବିଟ୍ସ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ।
197  GEN 8:13  (ନୋହଙ୍କ ବୟସର) ଛଅଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକୁ ଶୁଷ୍କ ଦେଖିଲେ।
205  GEN 8:21  ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ।
208  GEN 9:2  ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଓ ଉରୋଗାମୀ ଜନ୍ତୁ ଓ ସମୁଦ୍ରର ମତ୍ସ୍ୟ, ସମସ୍ତେ ତୁମ୍ଭମାନଙ୍କଠାରୁ ଭୀତ ଓ ଶଙ୍କାଯୁକ୍ତ ହେବେ; ସେହି ସମସ୍ତ ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଟନ୍ତି।
211  GEN 9:5  ପୁଣି, ଆମ୍ଭେ ତୁମ୍ଭମାନଙ୍କ ଜୀବନରୂପ ରକ୍ତପାତର ପରିଶୋଧ ନିତାନ୍ତ ନେବା; ପ୍ରତ୍ୟେକ ପଶୁଠାରୁ ହେଉ କି ମନୁଷ୍ୟଠାରୁ ହେଉ, ତାହାରି ପରିଶୋଧ ନେବା; ଆମ୍ଭେ ପ୍ରତ୍ୟେକ ମନୁଷ୍ୟର ଭ୍ରାତାଠାରୁ ମନୁଷ୍ୟର ପ୍ରାଣର ପରିଶୋଧ ନେବା।
230  GEN 9:24  ଏଉତ୍ତାରୁ ନୋହ ଦ୍ରାକ୍ଷାରସର ନିଦ୍ରାରୁ ଜାଗ୍ରତ ହୋଇ ଆପଣା ପ୍ରତି କନିଷ୍ଠ ପୁତ୍ରର ଆଚରଣ ଜ୍ଞାତ ହେଲେ।
240  GEN 10:5  ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ୱ ସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ।
250  GEN 10:15  ପୁଣି, କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍
254  GEN 10:19  ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।
255  GEN 10:20  ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ।
256  GEN 10:21  ଯେଫତ୍‍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍‍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା।
266  GEN 10:31  ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ।
267  GEN 10:32  ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।
269  GEN 11:2  ଆଉ ଘଟଣା କ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଶିନୀୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ।
298  GEN 11:31  ଏଥିଉତ୍ତାରେ ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି, ଅବ୍ରାମଙ୍କ ଭାର୍ଯ୍ୟା ସାରୀ ନାମ୍ନୀ ପୁତ୍ରବଧୂଙ୍କୁ ସଙ୍ଗରେ ନେଲେ; ଆଉ ସେମାନେ ସମସ୍ତେ କଲ୍‍ଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ।
301  GEN 12:2  ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି, ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ।
302  GEN 12:3  ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି, ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।”
303  GEN 12:4  ଏଥିଉତ୍ତାରେ ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି, ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚୋସ୍ତରି ବର୍ଷ ହୋଇଥିଲା।
304  GEN 12:5  ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ପ୍ରାପ୍ତ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।
307  GEN 12:8  ଏଥିଉତ୍ତାରେ ସେ ସେହି ସ୍ଥାନ ଛାଡ଼ି ବେଥେଲ୍‍ର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ବୁ ଠିଆ କଲେ; ତହିଁର ପଶ୍ଚିମରେ ବେଥେଲ୍‍ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି, ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।
328  GEN 13:9  ତୁମ୍ଭ ସମ୍ମୁଖରେ କି ଏହି ସମସ୍ତ ଦେଶ ନାହିଁ ? ଏହେତୁ ତୁମ୍ଭକୁ ବିନୟ କରୁଅଛି, ତୁମ୍ଭେ ମୋ’ଠାରୁ ପୃଥକ୍ ହୁଅ; ହୁଏତ, ତୁମ୍ଭେ ବାମକୁ ଯାଅ, ମୁଁ ଡାହାଣକୁ ଯାଏ; ନୋହିଲେ ତୁମ୍ଭେ ଡାହାଣକୁ ଯାଅ, ମୁଁ ବାମକୁ ଯିବି।
330  GEN 13:11  ଏଥିପାଇଁ ଲୋଟ ଆପଣା ନିମନ୍ତେ ଯର୍ଦ୍ଦନର ସମସ୍ତ ପ୍ରାନ୍ତର ମନୋନୀତ କରି ପୂର୍ବ ଦିଗକୁ ପ୍ରସ୍ଥାନ କଲେ; ଏହିରୂପେ ସେମାନେ ଏକଆରେକଠାରୁ ପୃଥକ୍ ହେଲେ।
332  GEN 13:13  ସେହି ସଦୋମର ଲୋକମାନେ ମହା ଦୁଷ୍ଟ ଓ ସଦାପ୍ରଭୁଙ୍କ ଛାମୁରେ ଅତି ପାପିଷ୍ଠ ଥିଲେ।
333  GEN 13:14  ଏଥିଉତ୍ତାରେ ଅବ୍ରାମଙ୍କଠାରୁ ଲୋଟ ପୃଥକ ହେଲା ଉତ୍ତାରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ଏବେ ତୁମ୍ଭେ ଯେଉଁଠାରେ ଅଛ; ସେହିଠାରୁ ଅନାଇ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ଦୃଷ୍ଟିପାତ କର;
336  GEN 13:17  ଉଠ, ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା।
337  GEN 13:18  ସେତେବେଳେ ଅବ୍ରାମ ତମ୍ବୁ ତୋଳି ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନ ବୃକ୍ଷ ମୂଳେ ଯାଇ ବାସ କଲେ, ପୁଣି, ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏ ଯଜ୍ଞବେଦି ନିର୍ମାଣ କଲେ।
351  GEN 14:14  ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନିଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍‍ ନଗର ପର୍ଯ୍ୟନ୍ତ ଗଲେ।
359  GEN 14:22  ତହିଁରେ ଅବ୍ରାମ ସଦୋମର ରାଜାକୁ ଉତ୍ତର କଲେ, “ମୁଁ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହସ୍ତ ଉଠାଇ କହିଅଛି ଯେ,
367  GEN 15:6  ସେତେବେଳେ ଅବ୍ରାମ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ।
368  GEN 15:7  ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ କହିଲେ, “ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲ୍‍ଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ।”
379  GEN 15:18  ପୁଣି, ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, “ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ୍‍ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,
388  GEN 16:6  ତହିଁରେ ଅବ୍ରାମ ସାରୀଙ୍କୁ କହିଲେ, “ଦେଖ, ତୁମ୍ଭର ଦାସୀ ତୁମ୍ଭ ହାତରେ ଅଛି; ତୁମ୍ଭକୁ ଯାହା ଭଲ ଦିଶେ, ତାହା ତା’ ପ୍ରତି କର।” ତହିଁରେ ସାରୀ ହାଗାର ପ୍ରତି କଠିନ ବ୍ୟବହାର କରନ୍ତେ, ସେ ତାଙ୍କ ପାଖରୁ ପଳାଇଗଲା।
390  GEN 16:8  “ଆଗୋ ସାରୀର ଦାସୀ ହାଗାର, ତୁମ୍ଭେ କେଉଁଠାରୁ ଆସିଲ ? ପୁଣି, କେଉଁଠାକୁ ଯିବ ?” ତହିଁରେ ସେ କହିଲା, “ମୁଁ ଆପଣା ସାଆନ୍ତାଣୀ ସାରୀ ନିକଟରୁ ପଳାଉଅଛି।”
395  GEN 16:13  ଆଉ ହାଗାର ଆପଣା ସହିତ କଥାବାର୍ତ୍ତାକାରୀ ସଦାପ୍ରଭୁଙ୍କର ଏହି ନାମ ରଖିଲା, ଯଥା, ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ); ଯେହେତୁ ସେ କହିଲା, “ଯେ ମୋତେ ଦେଖନ୍ତି, ତାଙ୍କ ଦର୍ଶନ ଉତ୍ତାରେ ମୁଁ କି ଏଠାରେ ଆହୁରି ବଞ୍ଚିଛି !”
397  GEN 16:15  ଏଥିଉତ୍ତାରେ ହାଗାର ଅବ୍ରାମଙ୍କ ନିମନ୍ତେ ପୁତ୍ର ପ୍ରସବ କରନ୍ତେ, ଅବ୍ରାମ ହାଗାରଠାରୁ ଜାତ ଆପଣାର ସେହି ପୁତ୍ରର ନାମ ଇଶ୍ମାୟେଲ ଦେଲେ।
402  GEN 17:4  “ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ।
403  GEN 17:5  ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।
404  GEN 17:6  ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀ ଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ।
410  GEN 17:12  ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର ଆଠ ଦିନ ବୟସରେ ସୁନ୍ନତ ହେବ। ପୁଣି, ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ।
414  GEN 17:16  ଆମ୍ଭେ ତାହାକୁ ଆଶୀର୍ବାଦ କରିବା ଓ ତାହାଠାରୁ ତୁମ୍ଭକୁ ଗୋଟିଏ ପୁତ୍ର ଦେବା; ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ସେ ନାନା ଗୋଷ୍ଠୀର ଆଦିମାତା ହେବ, ତାହାଠାରୁ ନାନାଦେଶୀୟ ରାଜାଗଣ ଉତ୍ପନ୍ନ ହେବେ।”
418  GEN 17:20  ପୁଣି, ଇଶ୍ମାୟେଲ ବିଷୟରେ ତୁମ୍ଭର ପ୍ରାର୍ଥନା ଶୁଣିଲୁ; ଦେଖ, ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ପୁଣି, ବହୁ ପ୍ରଜାବନ୍ତ କରି; ତାହାର ବଂଶ ଅତିଶୟ ବୃଦ୍ଧି କରିବା। ତାହାଠାରୁ ଦ୍ୱାଦଶ ରାଜା ଜାତ ହେବେ ଓ ଆମ୍ଭେ ତାହାକୁ ବଡ଼ ଗୋଷ୍ଠୀ କରିବା।
427  GEN 18:2  ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ; ପୁଣି, ଦେଖିବା ମାତ୍ର ସାକ୍ଷାତ କରିବାକୁ ତମ୍ବୁଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,
428  GEN 18:3  “ହେ ପ୍ରଭୁ, ନିବେଦନ କରୁଅଛି, ମହାଶୟଗଣ, ଯଦି ତୁମ୍ଭେମାନେ ମୋ ଉପରେ ସନ୍ତୁଷ୍ଟ ଅଛନ୍ତି, ତେବେ ଏହି ଦାସର ସ୍ଥାନରେ (ଏଠାରେ) କିଛି ସମୟ ରୁହନ୍ତୁ।
432  GEN 18:7  ଏଥିଉତ୍ତାରେ ଅବ୍ରହାମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ, ସେ ତାହା ଶୀଘ୍ର ରାନ୍ଧିଲା।
434  GEN 18:9  ତହିଁ ଉତ୍ତାରୁ ସେମାନେ ତାଙ୍କୁ ପଚାରିଲେ, “ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ ?” ସେ କହିଲେ, “ଦେଖନ୍ତୁ, ସେ ତମ୍ବୁରେ ଅଛନ୍ତି।”
439  GEN 18:14  ସଦାପ୍ରଭୁଙ୍କ ନିମନ୍ତେ କୌଣସି କର୍ମ କଠିନ ଅଟେ କି ? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ, ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେହି ସମୟରେ ସାରାର (କୋଳରେ) ପୁତ୍ର ଥିବ।
441  GEN 18:16  ଏଥିଉତ୍ତାରେ ସେହି ଲୋକମାନେ ସେଠାରୁ ଉଠି ସଦୋମ ଆଡ଼କୁ ପ୍ରସ୍ଥାନ କରନ୍ତେ, ଅବ୍ରହାମ ବାଟ ଦେଖାଇବାକୁ ସେମାନଙ୍କ ସଙ୍ଗେ ସଙ୍ଗେ ଚାଲିଲେ।
442  GEN 18:17  ତହୁଁ ସଦାପ୍ରଭୁ କହିଲେ, “ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ, ତାହା କି ଅବ୍ରହାମଠାରୁ ଲୁଚାଇବା ?
443  GEN 18:18  ଅବ୍ରହାମଠାରୁ ଏକ ମହତୀ ଓ ବଳବତୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।
445  GEN 18:20  ସଦାପ୍ରଭୁ ଆହୁରି କହିଲେ, “ସଦୋମ ଓ ହମୋରାର ବିରୁଦ୍ଧରେ ମହାଧ୍ୱନି ଉଠୁଅଛି, ସେମାନଙ୍କର ପାପ ଅତିଶୟ ଗୁରୁତର;
447  GEN 18:22  ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ସେହିଠାରୁ ବାହୁଡ଼ି ସଦୋମ ଆଡ଼କୁ ଗମନ କଲେ; ମାତ୍ର ଅବ୍ରହାମ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହୋଇ ରହିଲେ।
450  GEN 18:25  ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ ?”
454  GEN 18:29  ଅବ୍ରହାମ ତାହାଙ୍କୁ ପୁନର୍ବାର କହିଲେ, “ହୋଇପାରେ, ସେଠାରେ ଚାଳିଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି ଚାଳିଶ ଜଣ ସକାଶୁ ତାହା କରିବା ନାହିଁ।”
455  GEN 18:30  ପୁନର୍ବାର ଅବ୍ରହାମ କହିଲେ, “ପ୍ରଭୁ ବିରକ୍ତ ନୋହିଲେ ଆହୁରି କଥାଟିଏ କହିବି; ହୋଇପାରେ, ସେଠାରେ ତିରିଶ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ତିରିଶ ଜଣ ପାଇଲେ, ତାହା କରିବା ନାହିଁ।”
456  GEN 18:31  ଅବ୍ରହାମ କହିଲେ, “ଦେଖନ୍ତୁ, ପ୍ରଭୁଙ୍କ ଛାମୁରେ ମୁଁ ପୁନର୍ବାର କଥା କହିବାକୁ ପ୍ରବୃତ୍ତ ହୋଇଅଛି; ହୋଇପାରେ, ସେଠାରେ କୋଡ଼ିଏ ଜଣ ମିଳିବେ।” ସଦାପ୍ରଭୁ କହିଲେ, “ସେହି କୋଡ଼ିଏ ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ।”